Trade Media
     

ଆପମ୍ ଏବଂ ଚିକେନ୍ ଷ୍ଟୁ

 
 
ଆପମ ପାଇଁ ଉପାଦାନଗୁଡିକ
  • ଚାଉଳ- 1/2 କି.ଗ୍ରା.
  • ନଡିଆ (ବଟା ହୋଇଥିବା)- 1 ସଂପୂର୍ଣ୍ଣ
  • ଇଷ୍ଟ- 1/2 ଚାଆ ଚାମଚ
  • ଲୁଣ- ସ୍ୱାଦ ଅନୁଯାୟୀ
  • ଚିନି- 3 ଚାଆ ଚାମଚ
  • ଭାତ- 1/2 କପ୍ 

ଆପମ୍- ପ୍ରସ୍ତୁତି ପଦ୍ଧତି
ଚାଉଳକୁ ପ୍ରାୟ ଚାରି ଘଣ୍ଟା ଧରି ବତୁରାଇ ଦିଅନ୍ତୁ ଏବଂ ସଂପୂର୍ଣ୍ଣ ଭାବରେ ପାଣି ନିଗାଡି ଦିଅନ୍ତୁ । କିଛି ଭାତ ନିଅନ୍ତୁ ଏଥିରେ କୋରା ନଡିଆ ମିଶାଇ ବାଟି ଦିଅନ୍ତୁ । ଇଷ୍ଟ, ଲୁଣ, ଚିନିକୁ ଫୁଟା ପାଣିରେ ପକାନ୍ତୁ ଏବଂ ଅଧଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ । ଏହାକୁ ବଟା ଯାଇଥିବା ମିଶ୍ରଣରେ ମିଶାନ୍ତୁ । ଏହି ମିଶ୍ରଣକୁ ଫୁଲିବା ପାଇଁ ଆଠ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଏକ ନନ୍‌ଷ୍ଟିକ୍ ପ୍ୟାନରେ ଏହି ମିଶ୍ରଣକୁ ମୋଟା କରି ପକାନ୍ତୁ । ଚାରିପଟେ ଖେଳାଇ ଦିଅନ୍ତୁ ।

ପ୍ୟାନ୍‌ରୁ ଆପମ୍ ବାହାର କରି ଆଣନ୍ତୁ ଏବଂ ଗରମ ଗରମ ପରଷନ୍ତୁ । ଆପଣ ଏହାକୁ ଚିକେନ୍ ଷ୍ଟୁ ସହିତ ଖାଇ ଦେଖିପାରନ୍ତି ।

ଚିକେନ୍ ଷ୍ଟୁ ପାଇଁ ଆବଶ୍ୟକ ସାମଗ୍ରୀ
  • ଚିକେନ ଖଣ୍ଡ- 1/2 କି.ଗ୍ରା.
  • ଆଳୁ- 1ଟି
  • ବଡ଼ ପିଆଜ- 2ଟି
  • ଗାଜର- 1ଟି ବଡ଼
  • କଞ୍ଚା ଲଙ୍କା- 5ଟି
  • ରସୁଣ-8 କୋଲା
  • ଅଦା- 1 ଖଣ୍ଡ
  • ଡାଲଚିନି- 2 ଖଣ୍ଡ
  • ଲବଙ୍ଗ- 4ଟି
  • ଅଳେଇଚ- 3ଟି
  • ତେଜ ପତ୍ର- 1ଟି
  • ଭୃଷଙ୍ଗ ପତ୍ର
  • ଧନିଆ ପତ୍ର
  • ନଡିଆ ତେଲ- 3 ଚାଆ ଚାମଚ
  • ମୋଟା ନଡିଆ କ୍ଷୀର- 1 କପ୍
  • ଗୋଲମରିଚ ଗୁଣ୍ଡ- 1/2 ଚାଆ ଚାମଚ

ଚିକେନ୍ ଷ୍ଟୁ- ପ୍ରସ୍ତୁତି ପଦ୍ଧତି
ଚିକେନ୍, ପିଆଜ ଏବଂ ଗାଜରକୁ ଛୋଟ ଛୋଟ ଖଣ୍ଡରେ କାଟନ୍ତୁ । ପ୍ରେସରକୁକରରେ ଦୁଇ ଚାଆ ଚାମଚ ନଡିଆ ତେଲ ଗରମ କରନ୍ତୁ । ଲବଙ୍ଗ, ଡାଲଚିନି ଏବଂ ଗୁଜୁରାତି ପକାନ୍ତୁ । ସାମାନ୍ୟ ଭାଜି ଦିଅନ୍ତୁ । ଏବେ ସେଥିରେ ଅଦା ରସୁଣ ବଟା ପକାନ୍ତୁ । ତାହା ପରେ ପରେ ପିଆଜ, ଗାଜର, ଏବଂ କଞ୍ଚା ଲଙ୍କା ପକାନ୍ତୁ । ଆଉ ଟିକେ ଭାଜନ୍ତୁ । ଏବେ ଆପଣ ଚିକେନ୍ ଖଣ୍ଡ ମିଶାଇ ପାରିବେ । ପୁଣି ଭାଜନ୍ତୁ । ତେଜପତ୍ର ପକାନ୍ତୁ । ଅଧା କପ୍ ପାଣି ଦିଅନ୍ତୁ । ଏବେ ଢ଼ାଙ୍କୁଣୀ ବନ୍ଦ କରିଦେଇ ତିନି ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ ।

ଢ଼ାଙ୍କୁଣୀ କାଢ଼ି ଦିଅନ୍ତୁ ଏବଂ ଏଥିରେ ଥିବା ଜିନିଷକୁ ସସ୍‌ପେନ୍‌କୁ ନିଅନ୍ତୁ । ଟିକେ ଗୋଳାଇ ଦିଅନ୍ତୁ । ଏବେ ଲୁଣ, ଗୋଲମରିଚ ଗୁଣ୍ଡ, ଭୃଷଙ୍ଗ ପତ୍ର ଏବଂ ଧନିଆ ପତ୍ର ପକାନ୍ତୁ । ଭଲ ଭାବରେ ଗୋଳାନ୍ତୁ । ଗାଢ଼ ନଡିଆ କ୍ଷୀର ଏବଂ କିଛି ପରିମାଣରେ ତେଲ ଦିଅନ୍ତୁ । ଭଲ ଭାବରେ ଗୋଳାନ୍ତୁ ଏବଂ ଦୁଇ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଶେଷରେ ଭୃଷଙ୍ଗ ପତ୍ର ପକାଇ ଏହାକୁ ସଜାଇ ଦିଅନ୍ତୁ ।

ଆପଣଙ୍କର ଚିକେନ୍ ଷ୍ଟୁ ବର୍ତ୍ତମାନ ପ୍ରସ୍ତୁତ । ଏହା ଗରମ ଆପମ୍ ସହିତ ଖାଇବାକୁ ଭଲ ଲାଗେ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia