Trade Media
     

ଇଡିଆପମ୍ ଏବଂ ଅଣ୍ଡା ରୋଷ୍ଟ୍

 
 
ଇଡିଆପାମ ପାଇଁ ଆବଶ୍ୟକ ସାମଗ୍ରୀଗୁଡିକ
  • ଚାଉଳ ଅଟା- 2 କପ୍
  • ଲୁଣ- 1 ଚାଆ ଚାମଚ
  • ନଡିଆ (ବଟା ଯାଇଥିବା)- 1 କପ୍
  • ତେଲ

ଇଡିଆପମ୍- ପ୍ରସ୍ତୁତି ପଦ୍ଧତି
ଗୋଟିଏ ପାତ୍ର ନିଅନ୍ତୁ କିଛି ପାଣି ଢ଼ାଳନ୍ତୁ ଏବଂ ଗରମ କରନ୍ତୁ । ଏଥିରେ, ଲୁଣ ମିଶାନ୍ତୁ ତାହା ପରେ ପରେ ତେଲ ପକାନ୍ତୁ । ଚାଉଳ ଅଟାରେ ଗରମ ପାଣି ମିଶାନ୍ତୁ । ନରମ ଚକଟା ପାଇବା ପାଇଁ ଭଲ ଭାବରେ ଚକଡନ୍ତୁ । ଇଡିଆପମ୍ ମେକରରେ ପାଣି ଗରମ କରିବା ପରେ, ଇଡିଆପମ୍ ସ୍କୁଇଜର (ସେବନାଝି)ରେ ଚାଉଳ ପିଠଓ ଭରିଦିଅନ୍ତୁ । ଏବେ ଅଳ୍ପ ପରିମାଣର ନଡିଆ କୋରା ଇଡିଆପମ୍ କଡାଇର ଅବତଳ ପୃଷ୍ଠରେ ରଖନ୍ତୁ ଏବଂ ଚକଟା ଉପରେ ଟିକେ ଦବାଇ ଦିଅନ୍ତୁ । ଭଲ ଭାବରେ ବାମ୍ଫ ଦିଅନ୍ତୁ ।

ଏବେ ପରଷିବା ପାଇଁ ନରମ ଇଡିଆପମ୍ ପ୍ରସ୍ତୁତ । ଏହା ଅଣ୍ଡା ରୋଷ୍ଟ୍ ସହିତ ଖାଇବାକୁ ଭାରି ଭଲ ଲାଗେ ।

ଅଣ୍ଡା ରୋଷ୍ଟ୍ ପାଇଁ ଆବଶ୍ୟକ ସାମଗ୍ରୀ
  • ଭଲ ଭାବରେ ସିଝିଥିବା ଅଣ୍ଡା- 4
  • ପିଆଜ (କଟା ହୋଇଥିବା)- 2 କପ୍
  • କଞ୍ଚା ଲଙ୍କା (କଟା ହୋଇଥିବା)- 5ଟି
  • ଟମାଟୋ (କଟା ହୋଇଥିବା)- 2ଟି
  • ଶୁଖିଲା ଲଙ୍କା ଗୁଣ୍ଡ- 1 ଚାଆ ଚାମଚ
  • ଧନିଆଗୁଣ୍ଡ- - 1 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଗରମ ମସଲା- - 1 ଚାଆ ଚାମଚ
  • ଅଦା-ରସୁଣ ବଟା - 1 ଚାଆ ଚାମଚ
  • ଭୃଷଙ୍ଗ ପତ୍ର
  • ଧନିଆ ପତ୍ର
  • ଲୁଣ
  • ତେଲ
  • ସୋରିଷ

ଅଣ୍ଡା ରୋଷ୍ଟ୍- ପ୍ରସ୍ତୁତି ପଦ୍ଧତି
ତିନି ଚାଆ ଚାମଚ ନଡିଆ ତେଲ ଗୋଟିଏ କଡାଇରେ ଗରମ କରନ୍ତୁ ଏବଂ ସେଥିରେ ସୋରିଷ ପକାନ୍ତୁ । ଏଥିରେ, ଭୃଷଙ୍ଗ ପତ୍ର ଏବଂ ଅଦା-ରସୁଣ ବଟା ମିଶାନ୍ତୁ । ଟିକିଏ ଗୋଳାଇ ଦିଅନ୍ତୁ । ଏବେ ବଡ଼ ପିଆଜ ପକାନ୍ତୁ । ପିଆଜ ବାଦାମୀ ରଂଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । କଞ୍ଚା ଲଙ୍କା ପକାନ୍ତୁ । ପୁଣି ଗୋଳାନ୍ତୁ । ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ, ଏବଂ ଗରମ ମସଲା ମିଶାନ୍ତୁ । ଭଲ ଭାବରେ ଗୋଳାନ୍ତୁ । ଏବେ ଅଳ୍ପ ପାଣି ଦିଅନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଅଣ୍ଡା ରୋଷ୍ଟରେ ଧନିଆପତ୍ର ସଜାଇ ଦିଅନ୍ତୁ ଏବଂ ଗରମ ଗରମ ପରଷନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia