କାପା ପାଇଁ ଉପାଦାନଗୁଡିକ
- ଟାପିଓକା- 1 କି.ଗ୍ରା.
- ଛୋଟ ପିଆଜ- 5ଟି
- ନଡିଆ (ବଟା ହୋଇଥିବା)
- ହଳଦିଗୁଣ୍ଡ- 1/2 ଚାଆ ଚାମଚ
- ଜିରା- 1 ଚାଆ ଚାମଚ
- କଞ୍ଚା ଲଙ୍କା- 5ଟି
- ଭୃଷଙ୍ଗ ପତ୍ର
- ଲୁଣ
- ତେଲ
କାପା- ପ୍ରସ୍ତୁତି ପ୍ରଣାଳୀ
ଚୋପା ଛଡାଇଦିଏ ଟାପିଓକାକୁ ଛୋଟ ଛୋଟ ଖଣ୍ଡରେ କାଟନ୍ତୁ । ଏହି ଖଣ୍ଡଗୁଡିକୁ ପ୍ରେସରକୁକରରେ ପକାନ୍ତୁ । ଯଥେଷ୍ଟ ପାଣି ଦିଅନ୍ତୁ ଏବଂ ଭଲ ଭାବରେ ରାନ୍ଧନ୍ତୁ । ଯେତେବେଳେ ଏହା ସିଝିଯାଏ । ଅଧିକ ପାଣି ବାହାର କରି ଫିଙ୍ଗି ଦିଅନ୍ତୁ । ବର୍ତ୍ତମାନ ଲୁଣ ଓ ଭୃଷଙ୍ଗ ପତ୍ର ପକାଇ ଦିଅନ୍ତୁ । ଏଥିରେ ନଡିଆ ବଟା, ହଳଦିଗୁଣ୍ଡ ଏବଂ ଜିରା ପକାନ୍ତୁ । ଭଲ ଭାବରେ ଗୋଳାନ୍ତୁ । କିଛି ତେଲ ପକାନ୍ତୁ ଏବଂ ପାତ୍ର ଢ଼ାଙ୍କି ଦିଅନ୍ତୁ । କିଛି ଅଧିକ ସମୟ ପାଇଁ ରାନ୍ଧନ୍ତୁ। ଏବେ ଏ ସବୁ ଜିନିଷ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ଏଥିରେ ଦୁଇ ଚାଆ ଚାମଚ ନଡିଆତେଲ ପକାନ୍ତୁ ।
ଗରମ ଟାପିଓକା ସହିତ ମାଛ ତରକାରି ପରଷନ୍ତୁ ।
ମାଛ ତରକାରି ପାଇଁ ଆବଶ୍ୟକ ସାମଗ୍ରୀଗୁଡିକ
- ମାଛ- ସଫା ହୋଇଥିବା ଏବଂ 8ଟି ଖଣ୍ଡରେ କଟା ଯାଇଥିବ
- ଛୋଟ ପିଆଜ- 8 (ଦୈର୍ଘ୍ୟ ଅନୁଯାୟୀ କଟା ହୋଇଥିବ)
- ଟମାଟୋ- 1ଟି (ଦୈର୍ଘ୍ୟ ଅନୁଯାୟୀ କଟା ହୋଇଥିବ)
- ଅଦା (ଚୁନା ଚୁନା କଟା ହୋଇଥିବା)- 1 ଚାଆ ଚାମଚ
- ନଡିଆ କ୍ଷୀର- 1/2 କପ୍
- ଗାମ୍ବୋଗସ (କୋଡାମପୁଲି)- 4 ଖଣ୍ଡ
- କଞ୍ଚା ଲଙ୍କା – 8ଟି (ଦୈର୍ଘ୍ୟ ଅନୁଯାୟୀ କଟା ହୋଇଥିବ)
- ଭୃଷଙ୍ଗ ପତ୍ର
- ରସୁଣ (ଚୁନା କଟା ହୋଇଥିବା)- 1 ଚାଆ ଚାମଚ
- ଧନିଆ ପତ୍ର- 1 ଚାଆ ଚାମଚ
- ଲଙ୍କା ଗୁଣ୍ଡ- 1 ଚାଆ ଚାମଚ
- ହଳଦିଗୁଣ୍ଡ- 1/2 ଚାଆ ଚାମଚ
- ମେଥିଗୁଣ୍ଡ- 1/2 ଚାଆ ଚାମଚ
- ଲୁଣ
- ତେଲ
ମାଛ ତରକାରି- ପ୍ରସ୍ତୁତି ପଦ୍ଧତି
ତିନି ଚାଆ ଚାମଚ ନଡିଆ ତେଲକୁ ମାଟି ପାତ୍ରରେ ଗରମ କରନ୍ତୁ । ଅଦା ଏବଂ ରସୁଣ ପକାନ୍ତୁ । କିଛି ସମୟ ପାଇଁ ଭାଜନ୍ତୁ । ସାମାନ୍ୟ ମକଚି ଦିଅନ୍ତୁ କିଛି ଛୋଟ ପିଆଜ ପକାଇ ଆଉ ଟିକେ ଭାଜନ୍ତୁ । ଏଥିରେ ହଳଦିଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ ଏବଂ ମେଥି ଗୁଣ୍ଡ ପକାଇ ଭଲ ଭାବରେ ଭାଜନ୍ତୁ ।
ଆପଣ ଏବେ ଏଥିରେ ତିନି କପ୍ ପାଣି ଏବଂ ଗାମ୍ବୋଗସ (କୋଡମପୁଲି) ଖଣ୍ଡଗୁଡିକ ପକାଇପାରିବେ । ଏବେ ଲୁଣ ପକାନ୍ତୁ । ଏହା ଫୁଟିବା ମାତ୍ରେ ସେଥିରେ ମାଛ ପକାଇ ଧୀରେ ଗୋଳାଇ ଦିଅନ୍ତୁ । ତରକାରି ଅଧା ବହଳିଆ ହୋଇଯିବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏଥିରେ ଟମାଟୋ ପକାଇ ଆଉ କିଛି ସମୟ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏବେ ନଡିଆ କ୍ଷୀର ପକାନ୍ତୁ । ଧୀରେ ଗୋଳାଇ ଦିଅନ୍ତୁ । କିଛି ଭୃଷଙ୍ଗ ପତ୍ର ଏବଂ ତିନି ଚାମଚ ନଡିଆ ତେଲ ପକାନ୍ତୁ ।
ଆପଣଙ୍କ ଗରମ ମାଛ ତରକାରି ପ୍ରସ୍ତୁତ । ଆପଣ ଏହାକୁ କାପା (ଟାପିଓକା) ସହିତ ଖାଇପାରନ୍ତି ।