ପୁଟୁ ପାଇଁ ଆବଶ୍ୟକ ଜିନିଷଗୁଡିକ
- ପୁଟୁମାବୁ (ଚାଉଳ ଅଟା)- 2 କପ୍
- ଲୁଣ
- ଗରମ ପାଣି
- ନଡିଆ (ବଟା ହୋଇଥିବା)
ପୁଟୁ- ପ୍ରସ୍ତୁତି ପ୍ରଣାଳୀ
ଯଥେଷ୍ଟ ପରିମାଣର ପାଣି ଓ ଲୁଣ ଚାଉଳ ଅଟାରେ ମିଶାନ୍ତୁ । ଏହି ଗୁଣ୍ଡକୁ ଆଙ୍ଗୁଠିରେ ଭଲ ଭାବରେ ମିଶାଇ ଦିଅନ୍ତୁ । ପୁଟୁ ତିଆରି କରିବା ପାଇଁ ଆପଣ ପାରମ୍ପରିକ ପୁଟୁକୁଡମ୍ ବ୍ୟବହାର କରିପାରନ୍ତି । ଆପଣ ଏକ ବର୍ତ୍ତୁଳାକାର ପାତ୍ରରେ ଏକ ଚାମଚ କୋରା ନଡିଆ ପକାଇ, ତାହା ପରେ ଭଲ ଭାବରେ ଗୋଳା ଯାଇଥିବା ଚାଉଳ ଅଟା ଦେଇ ଆରମ୍ଭ କରିପାରନ୍ତି । ଆପଣ ପାତ୍ରରେ କିଛି ଚାଉଳ ଅଟାର ମିଶ୍ରଣ ଭରିବା ପରେ, ମଝିରେ ମଝିରେ ଅଳ୍ପ ଅଳ୍ପ କୋରା ନଡିଆ ଦେଇପାରନ୍ତି । ନିଶ୍ଚିତ କରନ୍ତୁ ଯେ ସିଲିଣ୍ଡର ଠିକ୍ ପୂର୍ଣ୍ଣ ହୋଇଛି ଏବଂ ଆପଣ ଏବେ ତାହାର ଉପର ଅଂଶକୁ ଆବୃତ କରି ପୁଟୁକୁଡମରେ ରଖନ୍ତୁ । ବାମ୍ଫରେ ସିଝିବାକୁ ଦିଅନ୍ତୁ ।
ତିନି ମିନିଟରେ ଆପଣଙ୍କର ପୁଟୁ ପ୍ରସ୍ତୁତ ହୋଇଯିବ । କଦାଲା ତରକାରି ସହିତ ଏହା ଖାଇବାକୁ ଭଲ ଲାଗେ ।
କଦାଲା ତରକାରି ପାଇଁ ଉପାଦାନଗୁଡିକ
- କଳା ଚଣା (ବୁଟ)- ଏକ କପ୍
- ଛୋଟ ପିଆଜ (ଚୁନା ଚୁନା କଟା ଯାଇଥିବା)- 1 କପ୍
- ନଡିଆ (କୋରା ଯାଇଥିବା)- 1 କପ୍
- ଧନିଆ ଗୁଣ୍ଡ-2 ଚାଆ ଚାମଚ
- ଶୁଖିଲା ଲଙ୍କା ଗୁଣ୍ଡ- 1 ଚାଆ ଚାମଚ
- ହଳଦିଗୁଣ୍ଡ- 1/2 ଚାଆ ଚାମଚ
- ଗରମ ମସଲା- 1/2 ଚାଆ ଚାମଚ
- ନଡିଆ (କଟା ଯାଇଥିବା)- ¼ କପ୍
- ଟମାଟୋ (ଚୁନା ଚୁନା କଟା ଯାଇଥିବା)- ¼ କପ୍
- ଭୃଷଙ୍ଗ ପତ୍ର
- ଧନିଆ ପତ୍ର
- ଲୁଣ
- ତେଲ
- ଗୋଟା ସୋରିଷ
- ଶୁଖିଲା ଲଙ୍କା
- ଅଦା- ରସୁଣ ବଟା
କଦାଲା ତରକାରି- ପ୍ରସ୍ତୁତି ପଦ୍ଧତି
ପ୍ରଥମେ, କଳା ବୁଟ ଅତି କମ୍ରେ 10 ଘଣ୍ଟା ପର୍ଯ୍ୟନ୍ତ ଲୁଣ ପକାଇ ପାଣିରେ ଭିଜାଇ ଦିଅନ୍ତୁ । ବୁଟକୁ ଭଲ ଭାବରେ ସିଝାନ୍ତୁ ଏବଂ ଅଲଗା ରଖନ୍ତୁ ।
ଏକ ଚାମଚ ତେଲ ଗୋଟିଏ କଡାଇରେ ଗରମ କରନ୍ତୁ । କୋରା ନଡିଆ ପକାଇ ଏହା ବାଦାମୀ ରଂଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏଥିରେ ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା ପକାନ୍ତୁ । ଏହା ବାଦାମୀ ହେବା ପର୍ଯ୍ୟନ୍ତ ସମସ୍ତ ଉପାଦାନ ଗୋଳାନ୍ତୁ । ଏହାର ଏକ ମିଶ୍ରଣ ତିଆରି କରି ଅଲଗା ରଖନ୍ତୁ ।
ଗୋଟିଏ କଡାଇ ନିଅନ୍ତୁ ଏବଂ କିଛି ନଡିଆ ତେଲ ଗରମ କରନ୍ତୁ । ସେଥିରେ କିଛି ସୋରିଷ ଓ କଞ୍ଚା ଲଙ୍କା ପକାନ୍ତୁ । ଯେତେବେଳେ ଏହା ଫୁଟିବାକୁ ଆରମ୍ଭ ହୁଏ, କଟା ଯାଇଥିବା ନଡିଆ ମିଶାନ୍ତୁ । ସାମାନ୍ୟ ଚକଟି ଦିଅନ୍ତୁ । ଏବେ ପିଆଜ ଓ ଟମାଟୋ ପରେ ପରେ ଅଦା- ରସୁଣ ବଟା ପକାନ୍ତୁ । କିଛି ଭୃଷଙ୍ଗ ପତ୍ର ପକାଇ ଧୀରେ ଧୀରେ ଭାଜନ୍ତୁ । ଆପଣ ଏବେ ବୁଟ ପକାଇ ପାରିବେ । ଯଥେଷ୍ଟ ପାଣି ଓ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।
ଏବେ ବୁଟ ତରକାରିରେ ନଡିଆ ବଟା ଦିଅନ୍ତୁ । ତରକାରିକୁ ଭଲ ଭାବରେ ସିଝାଇ ଦିଅନ୍ତୁ ।
ଆପଣ ଏବେ ଚୁନା ଚୁନା କଟା ହୋଇଥିବା ଧନିଆପତ୍ରରେ ତରକାରି ସଜାଇ ପାରିବେ ଏବଂ ଏହାକୁ ପୁଟୁ ସହିତ ପରଷି ପାରିବେ । ଏ ଦୁଇଟି ଏକାଠି ଖାଇଲେ ଭାରି ଭଲ ଲାଗେ ।