Trade Media
     

ଆଦା ପ୍ରଧମନ

 
 
ଏହା ହେଉଛି ଆଉ ଏକ ପ୍ରକାରର ପାଏସ୍ (ମିଷ୍ଟାନ୍ନ ବ୍ୟଞ୍ଜନ) ଆଦା କହିଲେ ଚାଉଳ ପିଠଉରୁ ଖଣ୍ଡକୁ ସୂଚାଏ ଏବଂ ପ୍ରଧମନ କହିଲେ ମିଠା ନଡିଆ କ୍ଷୀର ଯେଉଁଥିରେ ଏହା ପକାଯାଏ ତାହାକୁ ସୂଚାଇଥାଏ ।

ପ୍ରଧମନ ଶଦ୍ଦର ଅର୍ଥ ହେଉଛି ପ୍ରଥମଟି । ତେଣୁ, ଆଦା ପ୍ରଧମନ ପାଏସଗୁଡିକ ମଧ୍ୟରେ ରାଜା ହୋଇଥିବାରୁ ଏହାକୁ ଏପରି ନାମ ଦିଆଯାଇଛି । ଆଜିକାଲି ଘର ତିଆରି ପିଜାରେ ମଧ୍ୟ ଘରେ ତିଆରି ହୋଇଥିବା ପିଜା ବେସ୍ ତିଆରି ହୋଇନଥାଏ । ଠିକ୍ ସେହିପରି ଯତେବେଳେ ଘରେ ପ୍ରଧମନ ତିଆରି କରାଯାଇଥାଏ, ଆଦା ବହୁ ସମୟରେ ବାହାରୁ କିଣାଯାଇଥାଏ ।  ଅବଶ୍ୟ, ଘର ତିଆରି ଆଦା ବହୁ କୋମଳ ଓ ସ୍ୱାଦିଷ୍ଟ ହୋଇଥାଏ । ତେଣୁ ତିଆରି କରିବାରେ କଷ୍ଟ ହେଲେ ମଧ୍ୟ ଆନନ୍ଦ ମିଳେ ।

ଆବଶ୍ୟକ ଉପାଦାନଗୁଡିକ 
  • ଅରୁଆ ଚାଉଳ - 1 କପ୍
  • ଚିନି- 1 କପ୍
  • ନଡିଆ - 2
  • ଗୁଡ - ½ କି.ଗ୍ରା
ଗାର୍ନିସିଙ୍ଗ୍ ପାଇଁ
  • କାଜୁ - ¼ କପ୍
  • କିସମିସ- ¼ କପ୍
  • ଗୁଜୁରାତି - 6
  • ଭାଜିବା ପାଇଁ ଘିଅ 
ପ୍ରସ୍ତୁତି ପଦ୍ଧତି 
ଆଦା ପାଇଁ ପିଠଉ ପ୍ରସ୍ତୁତି
ଚାଉଳକୁ ଅଧଘଣ୍ଟା ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ, ତାହା ପରେ ଭଲ ଭାବରେ ଛାଣି ଗୋଟିଏ ପରିଷ୍କାର କନାରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ ।

ତାହା ପରେ ଏହାକୁ ଭଲ ଭାବରେ ଗୁଣ୍ଡ କରି ସରୁ ଚଲାରେ ଚଲାଇ ଦିଅନ୍ତୁ ।

ଏବେ 2 ଚାମଚ ଘିଅ ତରଳାଇ ସେଥିରେ 2 ଚାମଚ ଚିନି ଏବଂ ଅଳ୍ପ ଗରମ ହୋଇଥିବା ପାଣି ମିଶାଇ ରୁଟି ବା କୁକିଜ୍‌ର ଚକଟା ପରି ଏହାକୁ ପ୍ରସ୍ତୁତ କରନ୍ତୁ ।

ଆଦା ପ୍ରସ୍ତୁତି
କଦଳୀ ପତ୍ର ଦିଅନ୍ତୁ ଏବଂ ସେଗୁଡିକୁ ପାଖାପାଖି 6" ଟି ବର୍ଗାକାରରେ କାଟନ୍ତୁ । ସେଗୁଡିକୁ ନରମ କରିବା ପାଇଁ କିଛି ସେକେଣ୍ଡ୍ ନିଆଁରେ ଦେଖେଇ ଦିଅନ୍ତୁ ।

ଗୋଟିଏ ବଡ଼ ପାତ୍ରରେ ପ୍ରଚୁର ପାଣି  ଗରମ କରନ୍ତୁ । ଏହି ପିଠଉର ଛୋଟ ଛୋଟ ଆକାର ଯେପରି କି ଲେମ୍ବୁ ଆକାର ଅଂଶ ନେଇ କଦଳୀ ପତ୍ର ପଛପଟେ ଏହାକୁ ଚାପି ଚଟକା କରିଦିଅନ୍ତୁ । ସଂଗେ ସଂଗେ ଫୁଟା ପାଣିରେ ପକାନ୍ତୁ । ସମସ୍ତ ଚକଟା ଶେଷ ହେବା ପର୍ଯ୍ୟନ୍ତ ଏହିପରି କରନ୍ତୁ । ଯେତେବେଳେ ଆଦାଗୁଡିକ ଭଲ ଭାବରେ ରାନ୍ଧି ହୋଇଯିବ ସେଗୁଡିକ ପାଣିରେ ଭାସିବ ।

ଏହା ପରିବର୍ତ୍ତେ, ଆପଣ ସେଗୁଡିକୁ ଷ୍ଟିମରରେ ଥରକରେ 3ରୁ 4ଟି ବାମ୍ଫ ଦେଇପାରିବେ । ଆଦାଗୁଡିକ ବାହାର କରି ଆଣନ୍ତୁ, ପାଣି ଛାଣି ଦେଇ ସେଗୁଡିକୁ ଛଡାଇ ଦିଅନ୍ତୁ ଓ ପ୍ରଚୁର ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । 3ରୁ 4 ଥର ପାଣି ବଦଳାଇବା ପରେ ଚିକିଟା ଅଂଶ ଅପସରି ଯିବ । ଏହାକୁ ଛୋଟ ଛୋଟ କରି କାଟିଦିଅନ୍ତୁ ।

ଆଦାପ୍ରଧମନ ପ୍ରସ୍ତୁତି
ନଡିଆ କରନ୍ତୁ ଏବଂ ¼ କପ୍ ପ୍ରଥମ ରସ, 1 ½ କପ୍ ଦ୍ୱିତୀୟ ରସ ଏବଂ 2 କପ୍ 3ୟ ରସ ପ୍ରସ୍ତୁତ ରଖନ୍ତୁ ।

ଗୋଟିଏ ପାତ୍ର ଗରମ କରନ୍ତୁ ଏବଂ ¼ କପ୍ ଘିଅ ପକାଇ ସିଝା ଆଦାଗୁଡିକ ଭାଜି ଦିଅନ୍ତୁ । ତାହା ପରେ ସେଥିରେ ତୃତୀୟ ରସ, ଗୁଡ ଏବଂ ଚିନି ପକାଇ ମଧ୍ୟମ ଆଞ୍ଚରେ 10 ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ ।

ଦ୍ୱିତୀୟ ରସ ମିଶାନ୍ତୁ ଏବଂ 5 ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ପ୍ରଥମ ରସ ପକାଇ ସଂଗେ ସଂଗେ ଏହାକୁ ଷ୍ଟୋଭରୁ ଓହ୍ଲାଇ ଦେଇ ଭଲ ଭାବରେ ଗୋଳାନ୍ତୁ । ଏକ ଚାଆ ଚାମଚ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଭଜା ହୋଇଥିବା କାଜୁ ଏବଂ କିସମିସ୍ ପକାନ୍ତୁ ।

ଏବେ, ଯଦି ଆପଣ ଜଣେ ସୌଖିନ୍ ରୋଷେଇଆ ହୋଇଥାନ୍ତି ତେବେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଏହି ପ୍ରଥମ ରସ, ଦ୍ୱିତୀୟ ରସ ଓ ତୃତୀୟ ରସ ଚକ୍‌କର କଣ । ଏହା ଖୁବ୍ ସହଜ । ପ୍ରକୃତରେ ପ୍ରଥମ ରସ ବା କ୍ଷୀର ହେଉଛି ଆପଣ ପ୍ରଥମ ଥର ନଡିଆକୁ ଚିପୁଡି ଯେଉଁ ରସ ବାହାର କରନ୍ତି । ଆପଣ ଏଥିରେ ଅଧିକ ପାଣି ବ୍ୟବହାର କରିନଥାନ୍ତି । ତାହା ପରେ ଦ୍ୱିତୀୟ ରସରେ ପ୍ରଥମ କ୍ଷୀର ବାହାରିବା ପରେ ନଡିଆକୁ ପୁଣି ଥରେ ପାଣି ମିକ୍ସଚରରେ ଘୂରାଇ ଯେଉଁ ରସ ଚିପୁଡା ଯାଇଥାଏ । ତାହା ପରେ ପୁଣି ଥରେ ନଡିଆକୁ ମିକ୍ସଚରରେ ରଖି ଯେଉଁ ରସ ବାହାର କରାଯାଏ ତାହା ତୃତୀୟ ରସ ହୋଇଥାଏ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +919895534383
ଇ-ମେଲ୍: devoo_07@yahoo.co.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia