Trade Media
     

କେରଳ ମାଛ ତରକାରୀ

 
 
ଏହି ଭିଡିଓ କେରଳ ମାଛ ତରକାରି ପ୍ରସ୍ତୁତି ପଦ୍ଧତି ଦର୍ଶାଉଛି ।

500 ଗ୍ରାମ୍ ଯେ କୌଣସି ମାଛ/ ଚିଙ୍ଗୁଡିକୁ କାଟି ପରିଷ୍କାର କରିଦିଅନ୍ତୁ । ଛୋଟ ଛୋଟ ବର୍ଗାକାର ବା ଗୋଲାକାର ଖଣ୍ଡରେ କାଟି ପାଖରେ ରଖନ୍ତୁ ।

ଏକ ଚଉଡା, ମୋଟା ତଳ ହୋଇଥିବା ପାତ୍ର ନିଅନ୍ତୁ (ମାଟି କିମ୍ବା ନନଷ୍ଟିକ୍), ତିନିରୁ ଚାରି ଟେବୁଲ୍ ଚାମଚ ନଡିଆ ତେଲ ପକାନ୍ତୁ,

ଫୁଟାଇବା ପାଇଁ ତଳେ ଦିଆଯାଇଥିବା ଜିନିଷଗୁଡିକ ପ୍ରସ୍ତୁତ କରି ରଖନ୍ତୁ:
  • ଅଦା- 2 ଇଞ୍ଚ (ପତଳା, ଲମ୍ବ ଖଣ୍ଡରେ କଟାଯାଇଥାଏ)
  • ରସୁଣ- 10ରୁ 12 କୋଲା (ଏହାକୁ ପତଳା, ଲମ୍ବା ଖଣ୍ଡରେ କାଟି ଦିଅନ୍ତୁ)
  • ସାଲଟ୍ସ- 5ରୁ 6
  • ଭୃଷଙ୍ଗ ପତ୍ର- କେତୋଟି
  • ଏକ ଚାମଚ ସୋରିଷ ଫୁଟାନ୍ତୁ, ଉପରେ ଦିଆଯାଇଥିବା ଚାରୋଟି ଜିନିଷ ପକାଇ ଫୁଟାନ୍ତୁ ।
ତାହା ପରେ ତଳେ ଦିଆଯାଇଥିବା ଜିନିଷଗୁଡିକର ପେଷ୍ଟ ତିଆରି କରନ୍ତୁ ।
  • କାଶ୍ମୀର ଲଙ୍କାଗୁଣ୍ଡ- 4ରୁ 6 ଚାଆ ଚାମଚ
  • ମେଥିଗୁଣ୍ଡ- 1/2 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ 
ଏହି ମସଲା କିମ୍ବା ବଟାକୁ ତିନିଟି ଯାକ ଗୁଣ୍ଡକୁ ଏକାଠି ପାଣିରେ  ମିଶାଇ କିମ୍ବା ଏଗୁଡିକୁ ବାଟି ତିଆରି କରାଯାଇପାରିବ ।

ମସଲାଗୁଡିକୁ ତେଲ ଛାଡିବା ଯାଏଁ ଗୋଳାନ୍ତୁ । ସ୍ୱାଦ ଅନୁଯାୟୀ ଲୁଣ, କିଛି ଖଣ୍ଡ ତେନ୍ତୁଳି ଏବଂ ଅଧାରୁ ଏକ କପ୍ ପାଣି ଦିଅନ୍ତୁ । ଏହାକୁ ଫୁଟାନ୍ତୁ ।

ତାହା ପରେ, ସୁନ୍ଦର ଭାବରେ ଫୁଟୁଥିବା ମସଲାରେ ମାଛ ସଜାଇ ଦିଅନ୍ତୁ ଓ ଉପରେ ଭୃଷଙ୍ଗ ପତ୍ର ପକାନ୍ତୁ । ମାଛ ସିଝିଯିବା ପର୍ଯ୍ୟନ୍ତ ଏବଂ ଝୋଳ ବହଳିଆ ହେବା ପର୍ଯ୍ୟନ୍ତ ଏହାକୁ ରାନ୍ଧନ୍ତୁ । ତାହା ପରେ, ତିନି ଟେବୁଲ୍ ଚାମଚ ନଡିଆ ତେଲ ତାହା ଉପରେ ପକାନ୍ତୁ ଏବଂ ନିଆଁରୁ ବାହାର କରିଦିଅନ୍ତୁ ।

ମାଛ ତରକାରିକୁ ରାନ୍ଧିବା ପରେ 10-12 ଘଣ୍ଟା ପରେ ଖାଆନ୍ତୁ । ଏହାକୁ ସଂଗେ ସଂଗେ ଖିଆଯାଇପାରିବ କିନ୍ତୁ ଡେରିରେ ଖାଇଲେ ଏହା ଅଧିକ ସୁଆଦିଆ ଲାଗେ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia