Trade Media
     

ପାପଡମ୍ ଥୋରାନ

 
 
ଏହା ହେଉଛି ପାପଡମ୍ ଥୋରାନର ଭିଡିଓ ।

ଏହି ପାପଡ଼ଡମ୍- ତାମିଲନାଡୁର ଆପାଲମ୍ ହିନ୍ଦୀ ଭାଷାଭାଷି ଅଂଚଳର ପାପଡ଼- ବିରିଡାଲିରୁ ତିଆରି ଏକ ଗୋଲାକାର ୱାଫର ଯାହାକି ବର୍ଷ ବର୍ଷ ଧରି ବ୍ୟବହୃତ ହୋଇଆସୁଛି । ଏପରି ସମୟ ଥିଲା ଯେତେବେଳେ ଘରର ବଳକା ଜିନିଷରୁ ଏହାକୁ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ଏବେ ଆପଣ ଏହାକୁ ଯେ କୌଣସି ସଉଦା ଦୋକାନରୁ କିଣିପାରିବେ ।

ସାଧାରଣତଃ ପାପଡ଼ମ୍‌ଗୁଡିକ ତେଲରେ ଛଣା ଯାଇଥିବା ବା ନିଆଁରେ ସେକା ଯାଇଥାଏ । ଅଭିନବ ରାନ୍ଧୁଣିଆମାନେ- ଖୁବ୍ ଅଭିନବ ରାନ୍ଧୁଣିଆମାନେ ମୁଁ କହିବି ଯେ- ବିଭିନ୍ନ ପ୍ରକାରର ପାମ୍ପଡ ତିଆରି କରିଛନ୍ତି । ପାମ୍ପଡ ତିଆରି କରିବା ସହିତ ବିଭିନ୍ନ ପ୍ରକାରର ଜିନିଷରୁ ପାମ୍ପଡ ତିଆରି କରିଛନ୍ତି । ପାପଡମ୍ ଥୋରାନ୍ ପାର୍ଶ୍ୱ ବ୍ୟଞ୍ଜନ ପରି ଆପଣ ପାପଡ଼ମ୍ ଜୋହିଚୁ କରି ଦେଖିବେ ।

କିନ୍ତୁ ଯଦି ଆପଣ ଜଣେ ମାଲାୟଲୀ ତେବେ ଆପଣଙ୍କ ଜେଜେବାପା ଜେଜେମାଆଙ୍କ ପାଇଁ ଆପଣଙ୍କ ଫ୍ରିଜରେ କିଛି ବଳକା ନ ଥିଲେ ଆଦୌ ଏହା ପରଷିବାକୁ ଚେଷ୍ଟା କରନ୍ତୁ ନାହିଁ ।

ତେଣୁ... ଆପଣ ଦରକାର କରିବେ, 15ଟି ପାପଡ଼ମ୍, ଏକ କପ୍ ନଡିଆ କୋରା, ଚାରୋଟି ଶୁଖିଲା ଲଙ୍କା, ଚାରୋଟି ଛୋଟ ପିଆଜ, ଦୁଇଟି ଶୁଖିଲା ଲଙ୍କା, ଅଧା ଚାମଚ ସୋରିଷ, 1/4 କପ୍ ନଡିଆ ତେଲ, ଭୃଷଙ୍ଗ ପତ୍ର ଏବଂ ଲୁଣ ।

ଆବଶ୍ୟକ ସାମଗ୍ରୀ
  • ପାପଡ଼ମ୍- 15
  • ନଡିଆ (କୋରା ହୋଇଥିବା)- 1 କପ୍
  • କଞ୍ଚା ଲଙ୍କା- 4ଟି
  • ଶୁଖିଲା ଲଙ୍କା- 2ଟି
  • ଛୋଟ ପିଆଜ- 4 (ସଜାଇବା ପାଇଁ ଛୋଟ କଟାଯାଇଥିବା)
  • ନଡିଆ ତେଲ- 1/4 କପ୍
  • ସୋରିଷ – 1/2 ଚାଆ ଚାମଚ
  • ଭୃଷଙ୍ଗ ପତ୍ର
  • ଲୁଣ 

ପ୍ରସ୍ତୁତି ପଦ୍ଧତି
କୋରା ନଡିଆକୁ କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର ଏବଂ ଛୋଟ ପିଆଜ ସହିତ ମିଶାଇ ଗୋଟିଏ ପାତ୍ରରେ କୁଟି ଦିଅନ୍ତୁ ।

ପାପଡମ୍‌ଗୁଡିକ ଅଳ୍ପ ଭାଜନ୍ତୁ ଏବଂ ସାଧାରଣ ଭାବରେ- ଏବଂ ତାହା ପରେ ସେଗୁଡିକୁ ଗୁଣ୍ଡ କରିଦିଅନ୍ତୁ ।

ଏବେ ସେଥିରେ ଲୁଣ ଓ ନଡିଆ ମିଶ୍ରଣ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

କିଛି ସୋରିଷ ଫୁଟାନ୍ତୁ ଏବଂ ସେଥିରେ ଶୁଖିଲା ଲଙ୍କା, ଚୁନା ଚୁନା କଟା ହୋଇଥିବା ପିଆଜ ଓ ଭୃଷଙ୍ଗ ପତ୍ର ପକାଇ ଟିକେ ଭାଜି ଦିଅନ୍ତୁ ।

ପାପଡମ୍- ନଡିଆ ମିଶ୍ରଣକୁ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଆଞ୍ଚ କମାନ୍ତୁ ଏବଂ ଭଲ ଭାବରେ ରାନ୍ଧି ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +919895534383
ଇ-ମେଲ୍: devoo_07@yahoo.co.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia