Trade Media
     

ସମ୍ବର

 
 
ସମ୍ବର, ଆଭିଆଲ୍ ପରି ସ୍ୱାଦ ଓ ଉତ୍ତମତାରେ ଭରପୂର ହୋଇଥାଏ: ଏବଂ ଆଭିଆଲ୍ ପରି ଏଥିରେ ବିଭିନ୍ନ ପନିପରିବା ବ୍ୟବହୃତ ହୋଇଥାଏ । ମୌଳିକ ପାର୍ଥକ୍ୟ ହେଉଛି ସମ୍ବର ହେଉଛି ଏକ ଡାଲି ଭିତ୍ତିକ ତରକାରି, ଯାହାକୁ କି ଭାତ ଉପରେ ଢ଼ଳା ଯାଇଥାଏ, ଯେତେବେଳେ କି ଆଭିଆଲ୍ ଏକ ନଡିଆ ଭିତ୍ତିକ ପାର୍ଶ୍ୱ ବ୍ୟଞ୍ଜନ ହୋଇଥାଏ ।

ସାମଗ୍ରୀ ଗୁଡିକ
  • ½ କପ୍‍ ହରଡ ଡାଲି (ହଳଦିଆ ଡାଲି)
  • ½ କପ୍‍ ମସୁର ଡାଲି (ଲାଲ ଡାଲି)
  • 1 ବଡ଼ ଛଚିନ୍ଦ୍ରା
  • 8 ଝୁଡଙ୍ଗ (ଆମରକା)
  • 6ଟି ଭେଣ୍ଡି
  • 6ଟି ଛୋଟ-ଆକାରର ଓଲୁଅ
  • ଗୋଟିଏ ମଧ୍ୟମ ଆକାରର ବାଇଗଣ
  • 150  ଗ୍ରାମ୍ କାକୁଡି
  • 2 ସଜନାଛୁଇଁ
  • 1 ମଧ୍ୟମ-ଆକାରର ଆଳୁ
  • 1 ବଡ଼ ପିଆଜ
  • 1 ଟମାଟୋ
  • 10 ଛୋଟ ପିଆଜ
  • 3 ଚାଚାମଚ୍‍ ସମ୍ବର ପାଉଡର
  • 3  ଶୁଖିଲା ଲଙ୍କା
  • ¼ କପ୍‍  ତେନ୍ତୁଳି ରସ
  • 3 ଚାଚାମଚ୍‍ ତେଲ
  • 1 ଚାଚାମଚ୍‍ ସୋରିଷ
  • 1 ଏକ ଚିମୁଟା ହେଙ୍ଗୁ
  • ଲୁଣ
  • ଭୃଷଙ୍ଗ ପତ୍ର
  • ଧନିଆ ପତ୍ର

ପ୍ରସ୍ତୁତି ପଦ୍ଧତି

ସବୁ ପନିପରିବାକୁ ପ୍ରେସରକୁକରରେ ରଖନ୍ତୁ । ଡାଲି, ହଳଦି, ଲୁଣ ଏବଂ ପନିପରିବାକୁ ଢ଼ାଙ୍କିବା ପାଇଁ ଯଥେଷ୍ଟ ହେଉଥିବା ପାଣି ମିଶାନ୍ତୁ । ହୁଇସିଲ୍ ଶୁଣିବା ପର୍ଯ୍ୟନ୍ତ ଅଧିକ ଆଞ୍ଚରେ ରାନ୍ଧନ୍ତୁ । ତାହା ପରେ ତୁରନ୍ତ ଚୁଲା ଲିଭାଇ ଦିଅନ୍ତୁ ଏବଂ ପ୍ରେସର ବାହାରିଯିବା ପର୍ଯ୍ୟନ୍ତ ହଲଚଲ କରନ୍ତୁ ନାହିଁ ।

ଯେତେବେଳେ ପ୍ରେସର ବାହାରିଯାଏ, କୁକର ଖୋଲନ୍ତୁ । 2 କିମ୍ବା 3 ଚାଆ ଚାମଚ ସମ୍ବର ପାଉଡର, ତେନ୍ତୁଳି ରସ ଏବଂ ହେଙ୍ଗୁ ପକାନ୍ତୁ ।

ଗୋଳାଇ ଦିଅନ୍ତୁ । ଏହି ମିଶ୍ରଣକୁ ଦୁଇ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ । ସୋରିଷ, ଶୁଖିଲା ଲଙ୍କା ଏବଂ ଭୃଷଙ୍ଗ ପତ୍ର ତେଲରେ ଫୁଟାଇ ଦିଅନ୍ତୁ । ଏହାକୁ କୁକରରେ ଥିବା ସମ୍ବରରେ ଢ଼ାଳି ଧନିଆପତ୍ରରେ ସଜାଇ ପରଷନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +919895534383
ଇ-ମେଲ୍: devoo_07@yahoo.co.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia