Trade Media
     

ପାରିପୁ

 
 
ଏହି ପାରିପୁ କିମ୍ବା ଡାଲ୍, ପାରିପୁ ତରକାରି ହେଉଛି ଭାରତୀୟ ଆହାରର ଏକ ଅଭିଛେଦ ଅଂଶ । ଭାରତରେ ଯେ କୌଣସି ବର୍ଗ ବା ଜାତିର ହୁଅନ୍ତୁ ଡାଲି ନିଶ୍ଚୟ ଆପଣଙ୍କ ସାପ୍ତାହିକ ତାଲିକାର ଅଂଶ ହୋଇଥାଏ । ଏହା ତିଆରି କରିବା ସହଜ ହୋଇଥାଏ ଏବଂ ଏହା ଅରୁଆ ଭାତ, ଉଷୁନା ଭାତ ଓ ରୁଟି ସହିତ ଖାଇବାକୁ ଭଲ ଲାଗେ ।

ଆସନ୍ତୁ ଏବେ ନଡିଆ-ଭିତ୍ତିକ କେରଳୀ ଡାଲି ତିଆରି ଜାଣିବା ।

ଉପାଦାନଗୁଡିକ
  • ½ କପ୍ ଫାଳ ମୁଗଡାଲି
  • 1 କପ୍ ନଡିଆ କୋରା
  • 3 ବୁଦା ରସୁଣ
  • 3 ଚାଆଚାମଚ ନଡିଆ ତେଲ
  • 2 ଚାଆ ଚାମଚ ଘିଅ
  • ½ ଚାଆ ଚାମଚ ଜିରା
  • ¼ ଚାଆ ଚାମଚ ହଳଦିଗୁଣ୍ଡ
  • ଭୃଷଙ୍ଗ ପତ୍ର

ପ୍ରସ୍ତୁତି ପଦ୍ଧତି
ଏକ ମୋଟା ତଳ ଥିବା କଡାଇରେ ଘିଅ ଗରମ କରନ୍ତୁ । ଏବେ ମୁଗଡାଲିକୁ ହାଲ୍କା ବାଦାମୀ ରଂଗ ହେବା ଯାଏଁ ଭାଜନ୍ତୁ ।

ଗୋଟିଏ ପାତ୍ରରେ ଦୁଇ କପ୍ ପାଣି ଫୁଟାନ୍ତୁ । ଏଥିରେ ଭଜା ହୋଇଥିବା ମୁଗଡାଲି ମିଶାଇ ସିଝିବା ଯାଏଁ ରାନ୍ଧନ୍ତୁ । ଯଦି ଏହା ଖୁବ୍ ବହଳିଆ ହୋଇଥାଏ, ଏଥିରେ କିଛି ପାଣି ମିଶାଇ ପତଳା କରିଦିଅନ୍ତୁ । ସିଝିଥିବା ଡାଲିକୁ ଭଲ ଭାବରେ ଘୋରି ଦିଅନ୍ତୁ ଏବଂ ଲୁଣ ଓ ହଳଦିଗୁଣ୍ଡ ମିଶାନ୍ତୁ ।

ଭଲ ଭାବରେ ଗୋଳାଇ ଦିଅନ୍ତୁ । ନଡିଆ କୋରା, ଜିରା ଏବଂ ରସୁଣକୁ ଏକାଠି ବାଟି ଦିଅନ୍ତୁ । ଡାଲି ଘୋରାରେ ଟିକେ ପାଣି ଦେଇ ବଟା ହୋଇଥିବା ମିଶ୍ରଣ ମିଶାଇ ଦିଅନ୍ତୁ ।

ଏହାକୁ ଚୁଲିରେ ବସାନ୍ତୁ ଏବଂ କିଛି ମିନିଟ୍ ପାଇଁ ଫୁଟାନ୍ତୁ ଯେପରି କି ଭଲ ଭାବରେ ଗୋଳାଇ ହୋଇଯିବ । ତାହା ପରେ ଡାଲିକୁ ଚୁଲିରୁ ଓହ୍ଲାଇ ଆଣି ସେଥିରେ ନଡିଆ ତେଲ ଓ ଭୃଷଙ୍ଗ ପତ୍ର ପକାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +91 9895534383
ଇ-ମେଲ୍: devoo_07@yahoo.co.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia