Trade Media
     

କଲାଣ

 
 
ଏହି ଭିଡିଓ କିପରି ଭାବରେ କେରଳୀ ନିରାମିଷ ବ୍ୟଞ୍ଜନ କଲାଣ ରନ୍ଧାଯାଇଥାଏ ଦର୍ଶାଉଛି ।

ମାଲାୟଲୀମାନେ ଗର୍ବର ସହିତ ନିଜର ବୋଲି ଦାବି କରୁଥିବା ଏକ ପ୍ରାଚୀନ ପ୍ରିୟ ଖାଦ୍ୟ ହେଉଛି କଲାଣ । ଏହା ତିଆରି କରିବା ଖୁବ୍ ସହଜ । ଭଲ ଭାବରେ ପ୍ରସ୍ତୁତ କରାଯାଇଥିବା କଲାଣ ସବୁବେଳେ ପ୍ରଶଂସା ପାଇଥାଏ । ଯୁବପିଢ଼ିମାନେ ଆଜିକାଲି ସାଦ୍ୟା (ପାରମ୍ପରିକ ଭୋଜନ)ର ଅଂଶ ଭାବରେ ଏହାକୁ ଭଲ ଭାବରେ ଜାଣନ୍ତି ।

ଆବଶ୍ୟକ ସାମଗ୍ରୀଗୁଡିକ
  • 100 ଗ୍ରାମ୍ ଦେଶୀ ଆଳୁ
  • 1ଟି କଞ୍ଚା କଦଳୀ
  • 1 କପ୍ ଘୋରା ହୋଇଥିବା ଦହି
  • 4ଟି ଶୁଖିଲା ଲଙ୍କା
  • 4 ଚାମଚ ଘିଅ
  • 1/2 ଚାଆ ଚାମଚ ହଳଦିଗୁଣ୍ଡ
  • 1/2 ଚାଆ ଚାମଚ ମେଥି
  • 1/2 ଚାଆ ଚାମଚ ସୋରିଷ
  • 1 ଚାଆ ଚାମଚ ଗୋଲମରିଚ
  • 3ଟି ଶୁଖିଲା ଲଙ୍କା
  • ଭୃଷଙ୍ଗ ପତ୍ର 
ବାଟିବା ପାଇଁ
  • 1 1/2 କପ୍ କୋରା ନଡିଆ
  • 1/2 ଚାଆ ଚାମଚ ଜିରା
ପ୍ରସ୍ତୁତି ପଦ୍ଧତି
ପ୍ରଥମେ ନଡିଆ ଓ ସାରୁର ଚୋପା ଛଡାଇ ଦିଅନ୍ତୁ ଓ ସେଗୁଡିକୁ ଛୋଟ ଛୋଟ ଖଣ୍ଡରେ କାଟିଦିଅନ୍ତୁ । ନଡିଆ ଓ ଜିରାକୁ ପାଣି ନ ମିଶାଇ ଭଲ ଭାବରେ ବାଟି ଅଲଗା କରି ରଖନ୍ତୁ ।

ଗୋଲମରିଚ ଗୁଣ୍ଡକୁ 1/2 କପ୍ ପାଣିରେ ବତୁରାଇ ଦିଅନ୍ତୁ ଏବଂ ପତଳା କପଡ଼ାରେ ଛାଣି ଦିଅନ୍ତୁ ।

ପନିପରିବାଗୁଡିକୁ ଲୁଣ ହଳଦି ପକାଇ ଏହି ପାଣିରେ ସିଝାନ୍ତୁ ।

ପାଣି ଶୁଖିଯିବା ପରେ, ଏକ ଚାମଚ ଘିଅ ଓ ଦହି ପକାଇ ଭଲ ଭାବରେ ଗୋଳାନ୍ତୁ । ଆଂଚ କମାଇ ଦିଅନ୍ତୁ ।

ଯେତେବେଳେ ଦହି ଫୁଟେ ଏବଂ ଶୁଖି ମୋଟା ହୋଇଯାଏ, ସେଥିରେ ନଡିଆ ବଟା ଓ ମେଥିଗୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ । ଏହା ଫୂଟି ଆସିଲେ ନିଆଁରୁ ଓହ୍ଲାଇ ଦିଅନ୍ତୁ ।

ଏକ ଛୋଟ କଡାଇରେ 3 ଚାଆ ଚାମଚ ଘିଅ ଗରମ କରନ୍ତୁ । ସେଥିରେ ସୋରିଷ, ଶୁଖିଲା ଲଙ୍କା ଏବଂ ଭୃଷଙ୍ଗ ପତ୍ର ଫୁଟାଇ କଲାଣରେ ମିଶାଇ ଦିଅନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +919895534383
ଇ-ମେଲ୍: devoo_07@yahoo.co.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia