Trade Media
     

ଏରିସେରି

 
 
ଏହି ଭିଡିଓ କେରଳର ଲୋକପ୍ରିୟ ପାର୍ଶ୍ୱ ବ୍ୟଞ୍ଜନ ଏରିସେରିର ପ୍ରସ୍ତୁତି ଦର୍ଶାଉଛି ।

ଉପାଦାନଗୁଡିକ
  • ପାଚିଲା କଖାରୁ (କଟା ହୋଇଥିବା) - 1 କପ୍
  • କଦଳୀ (କଟା ହୋଇଥିବା) - 1 କପ୍
  • ଦେଶୀ ଆଳୁ (କଟା ହୋଇଥିବା) - 1 କପ୍
  • ନାଲି ଓରିଏଣ୍ଟାଲ୍ ବିନ୍ - 1 କପ୍‍ (ସିଝା)
  • ହଳଦିଗୁଣ୍ଡ - 1 ଚାଆ ଚାମଚ୍
  • ଜିରା - 1 ଚାଆ ଚାମଚ୍
  • ରସୁଣ- 2 କୋଲା
  • କଞ୍ଚା ଲଙ୍କା - 3 ଟି
  • ଗୋଲମରିଚ - 1 ଚାଆ ଚାମଚ୍
  • ଭୃଷଙ୍ଗ ପତ୍ର
  • ନଡିଆ (କୋରା ହୋଇଥିବା) - 1 କପ୍

ସଜାଇବା ପାଇଁ ଉପାଦାନଗୁଡିକ
  • ସୋରିଷ - 1 ଚାଆ ଚାମଚ୍
  • ହରଡ ଡାଲି - 1 ଚାଆ ଚାମଚ୍
  • କଂଚା ଲଙ୍କା - 4 ଟି
  • ଭୃଷଙ୍ଗ ପତ୍ର
  • ଲୁଣ
  • ତେଲ
ପ୍ରସ୍ତୁତି ପଦ୍ଧତି
ପ୍ରେସରକୁକରରେ ଓରିଏଣ୍ଟାଲ୍ ରେଡ୍ ବିନ୍ ପକାନ୍ତୁ । ଏବେ ସେଥିରେ ଦେଶୀ ଆଳୁ, କଦଳୀ, ଏବଂ କଖାରୁ ପକାନ୍ତୁ । ଭଲ ଭାବରେ ଗୋଳାଇ ପାଣି ଦେଇ ସିଝାନ୍ତୁ ।

ପ୍ରେସରକୁକରର ଢ଼ାଙ୍କୁଣୀ ଖୋଲନ୍ତୁ ଏବଂ ବଟା ଯାଇଥିବା ଜିନିଷ ଯେପରି କି ନଡିଆ କୋରା ହଳଦିଗୁଣ୍ଡ, ଜିରା, ରସୁଣ, କଞ୍ଚାଲଙ୍କା, ଏବଂ ଗୋଲମରିଚ ଆଦି ପକାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ । ଲୁଣ ପକାନ୍ତୁ ଏବଂ ଆଉ କିଛି ପାଣି ଦେଇ ଧୀରେ ଧୀରେ ଗୋଳାନ୍ତୁ ।

ସିଜେନିଙ୍ଗ୍ ପାଇଁ ଗୋଟିଏ କଡାଇରେ କିଛି ତେଲ ଗରମ କରନ୍ତୁ । ଏଥିରେ କଞ୍ଚା ଲଙ୍କା, ସୋରିଷ, ହରଡ ଡାଲି, ଭୃଷଙ୍ଗ ପତ୍ର ଏବଂ ନଡିଆ କୋରା ପକାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ପ୍ରେସରକୁକରରୁ ଏ ସମସ୍ତ ଜିନିଷ ଗୋଟିଏ ପାତ୍ରକୁ ବାହାର କରିଦିଅନ୍ତୁ । ଆପଣ ଏବେ କଡାଇରୁ ସିଜନିଙ୍ଗକୁ ପାତ୍ରକୁ ନେଇପାରିବେ ।

ଏବେ ଅପେକ୍ଷା କାହିଁକି? ଆପଣଙ୍କ ଏରିସେରିର ଆନନ୍ଦ ନିଅନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia