Trade Media
     

ଘିଅ ଅନ୍ନ (ନେଇକୋରୁ)

 
 
ଏହି ଭିଡିଓ ଘିଅ ଅନ୍ନରେ ପ୍ରସ୍ତୁତି ଦର୍ଶାଏ ।

ଉପାଦାନଗୁଡିକ
  • ବିରିଆନି ଚାଉଳ- 2 କପ୍
  • ଘିଅ - 5 ରୁ 6 ଚା ଚାମଚ
  • କାଜୁ ବାଦାମ - ½ କପ୍
  • ଲବଙ୍ଗ- 4 ରୁ 5 ଟି
  • ଗୋଲମରିଚଗୁଣ୍ଡ – 4ରୁ 5ଟି
  • ରେଜିନ୍ସ - ¼ କପ୍
  • ଅଦା ବଟା - 1 ଚା ଚାମଚ
  • ରସୁଣ ବଟା - 1 ଚା ଚାମଚ
  • ଲେମ୍ବୁ ରସ
  • ପିଆଜ (କଟା ହୋଇଥିବା) - 2 ଟି
  • ତେଜପତ୍ର- 2ଟି
  • ଗୁଜୁରାତି- 4ଟି
  • ଡାଲଚିନି- 2 ଖଣ୍ଡ
  • କଟା ଧନିଆପତ୍ର ¼  କପ୍
  • ଲୁଣ- ସ୍ୱାଦ ଅନୁଯାୟୀ
  • ପାଣି- 3½ କପ୍

ପ୍ରସ୍ତୁତି ପଦ୍ଧତି

ଚାଉଳକୁ ଧୋଇ ଛାଣି ଦିଅନ୍ତୁ ଏବଂ ଅଲଗା ରଖନ୍ତୁ । ଗୋଟିଏ କଡାଇରେ ତିନି ଚା ଚାମଚ ଘିଅ ଗରମ କରନ୍ତୁ । ଏଥିରେ କାଜୁ ବାଦାମ ପକାନ୍ତୁ ଏବଂ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । କାଜୁ ବାଦାମ ବାହାର କରିଦିଅନ୍ତୁ ରେସିନ୍‌ (କିସ୍‌ମିସ)ଗୁଡିକ ସହିତ ଏହି ପଦ୍ଧତି ପୁଣି କରନ୍ତୁ ।

ଗୋଟିଏ କଡାଇରେ କିଛି ଘିଅ ଗରମ କରନ୍ତୁ । ଏବେ ବଡ଼ ପିଆଜ ଖଣ୍ଡଗୁଡିକ ଓ ଲୁଣ ପକାନ୍ତୁ । ଗୋଳାନ୍ତୁ ଏବଂ ବାଦାମୀ ରଂଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଭଜା କାଜୁ ଓ କିସମିସ ରହିଥିବା ଥାଳିରେ ଏହାକୁ ରଖନ୍ତୁ ।

ଆଉ ଟିକେ ଘିଅ ନିଅନ୍ତୁ ଓ ଏକ ବଡ଼ ପାତ୍ରରେ ଗରମ କରନ୍ତୁ । ସେଥିରେ ଲବଙ୍ଗ ଓ ତାହା ପରେ ଡାଲିଚିନି, ଗୁଜୁରାତି, ଗୋଲମରିଚ ଗୁଣ୍ଡ ଏବଂ ଅଦା-ରସୁଣ ବଟା ପକାନ୍ତୁ । ଏଥିରେ ବଡ଼ ବଡ଼ ପିଆଜ ଖଣ୍ଡ ପକାନ୍ତୁ ଓ ଟିକେ ଗୋଳାଇ ଦିଅନ୍ତୁ । ଆପଣ ବର୍ତ୍ତମାନ ପୂର୍ବରୁ ଧୋଇ ଛାଣି ରଖିଥିବା ଚାଉଳ ପକାଇପାରିବେ । ଭଲ ଭାବରେ ଗୋଳାଇ ଦେଇ ଲୁଣ ପକାନ୍ତୁ । ଏବେ ଧନିଆ ପତ୍ର ପକାଇ ଆଉ ଥରେ ଗୋଳାନ୍ତୁ । କିଛି ତେଜପତ୍ର ଛିଣ୍ଡାଇ ପକାନ୍ତୁ ଓ ଚାଉଳକୁ ସଂପୂର୍ଣ୍ଣ ଢ଼ାଙ୍କିବା ପର୍ଯ୍ୟନ୍ତ ପାଣି ଦିଅନ୍ତୁ । ଧୀରେ ଧୀରେ ଗୋଳାନ୍ତୁ ଓ ପାତ୍ରଟି ଢ଼ାଙ୍କି ଦିଅନ୍ତୁ । 5 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ ।

ପାତ୍ରର ଢ଼ାଙ୍କୁଣୀ ବାହାର କରିଦିଅନ୍ତୁ ଓ କିଛି ଲେମ୍ବୁ ରସ ପକାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ ।

କାଜୁ ବାଦାମ, ରେଜିନ୍, ପିଆଜ ଭଜା ପକାଇ ସଜାଇ ଦିଅନ୍ତୁ ଓ ଏହି ଗରମ ଗରମ ଘିଅ ଭାତ ପରଷନ୍ତୁ । 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia